ଋଷି କପୁରଙ୍କ ଜନ୍ମଦିନରେ ରଣବୀର-ଆଲିଆଙ୍କର ହେଲା ବିବାହ !

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ଦୁହେଁ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିବା ଜଣାପଡ଼ିଛି। ଆଜି ରଣବୀରଙ୍କ ବାପା ଋଷି କପୁରଙ୍କ ଜନ୍ମଦିନ ଥିବାରୁ ଏହି ଦିନରେ ଦୁହେଁ ପରସ୍ପରର ହାତ ଧରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ ଏହା ସ୍ପଷ୍ଟ ଜଣାପଡ଼ୁଛି।

ଫଟୋସପ୍‌ ଜରିଆରେ ଦୁହିଁଙ୍କର ଏଭଳି ଫଟୋ କେହି ଜଣେ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଛି। ଯେଉଁଥିରେ ଦୁହିଁଙ୍କର ଜୟମାଳା ହେଉଥିବା ଦେଖାଯାଉଛି। କିଛିଦିନ ତଳେ ଆଲିଆ ଏକ ପୋଷାକ ବ୍ରାଣ୍ଡ ପାଇଁ ବୋହୂ ଭଳି ସଜବାଜ ହୋଇଥିଲେ। କିନ୍ତୁ ବର ସ୍ଥାନରେ ରଣବୀର ନୁହଁନ୍ତି, ଅନ୍ୟ ଜଣେ ମଡେଲ ଥିଲେ। ଫଟୋରେ ମଡେଲଙ୍କ ମୁହଁ କାଟି ରଣବୀରଙ୍କ ମୁହଁ ଲଗାଇ ଦିଆଯାଇଥିଲା। ଯାହାଦ୍ୱାରା ଫଟୋ ଭାଇରାଲ ହେବା ପରେ ଦୁହେଁ ବିବାହ କରି ନେଇଥିବା ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।

ମତାମତ ଦିଅନ୍ତୁ ।