ଏକତରଫା ପ୍ରେମରୁ ସୁନୟନାଙ୍କୁ ହତ୍ୟା

ଆନନ୍ଦପୁର: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଧାତିକିଡିଆ ଗାଁରେ କଲେଜ ପଢୁଆ ଝିଅ ସୁନୟନାଙ୍କ ହତ୍ୟାକାଣ୍ଡ ଘଟଣା ନୂଆଁ ମୋଡ ନେଇଛି। ଏକତରଫା ପ୍ରେମଜନିତ କାରଣକୁ ନେଇ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆନନ୍ଦପୁର ଥାନା ଅଞ୍ଚଳର ଶାଳବଣି ଗ୍ରାମର ରିଙ୍କୁ ଦତ୍ତ ନାମକ ଜଣେ ଯୁବକଙ୍କ ସହ ଫୋନ୍‌ରେ ସୁନୟନା କଥା ହେଉଥିଲେ। ମୃତ ସୁନୟନାଙ୍କ ପୀଉଷି ଝିଅ ଭଉଣୀ ଜାନକୀ ଉଭୟ ଢ଼େଙ୍କାନାଳ କଲେଜରେ ପାଠ ପଢୁଥିଲେ।

ତେବେ ଗତକାଲି ସୁନୟନାଙ୍କ ମୋବାଇଲ୍‌କୁ ଅନେକ ଥର ଫୋନ୍‌ କରିଛି ରିଙ୍କୁ। ସୁନୟନାଙ୍କ ମୋବାଇଲ୍ ଫୋନ୍ କଲ ଡିଲିଟ୍‌କୁ ନେଇ ପରିବାର ଲୋକେ ରିଙ୍କୁ ସୁନୟନାଙ୍କ ହତ୍ୟାକାରୀ ବୋଲି ସନ୍ଦେହ କରିଛନ୍ତି। ଅଭିଯୋଗ ପରେ ରିଙ୍କୁ ଦତ୍ତଙ୍କୁ ପୋଲିସ୍‌ ଉଠାଇ ନେଇ ପଚରାଉଚାରା ଚଳାଇଛି। ସାଇଣ୍ଟିଫିକ୍ ଟିମ୍‌ ଏବଂ ସନ୍ଧାନୀ କୁକୁରର ସହାୟତାରେ ମଧ୍ୟ ପୋଲିସ୍ ତଦନ୍ତ ଚଳାଇଛି। ତେବେ ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ପୋଲିସ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ସୂଚନାଯୋଗ୍ୟ ଗୁରୁବାର ଧାତିକିଡିଆ ଗାଁର ସୁନିଲ ସିଙ୍କୁ ଓ ସ୍ତ୍ରୀ ଜେମାମଣି ଖରାବେଳେ ହାଟକୁ ଯାଇଥିଲେ। ସେହି ସମୟରେ ଘରେ ଏକାକି ଥିବା ଝିଅ ସୁନୟନାଙ୍କ ବେକକୁ କିଏ ଜଣେ ହାଣି ହତ୍ୟା କରିଥିଲା।

ମତାମତ ଦିଅନ୍ତୁ ।