ଏକତରଫା ପ୍ରେମ: ଯୁବତୀଙ୍କୁ ପୋଡି ହତ୍ୟା କରିବାକୁ ପ୍ରେମିକର ଉଦ୍ୟମ

ଭୁବନେଶ୍ଵର : ଏକତରଫା ପ୍ରେମର କରୁଣ ପରିଣତି ବାସୁଦେବପୁର ନୂଆ ଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି। ପ୍ରେମ କରୁଥିବା ଯୁବତୀଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଛି ପ୍ରେମିକ।
ଖବାର ଅନୁଯାୟୀ ସିଦ୍ଧାର୍ଥ ମଳିକନାମକ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ବାରମ୍ବାର ପ୍ରେମ ନିବେଦନ କରି ସେ ବିଫଳ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଯୁବତୀଙ୍କୁ ଏକୁଟିଆ ପାଇ ପ୍ରେମ ନିବେଦନ କରିଥିଲେ ହେଁ ଯୁବତୀ ଜଣଙ୍କ ଅରାଜି ହେବାରୁ ମଟର ସାଇକେଲରୁ ପେଟ୍ରୋଲ କାଢି ଯୁବତୀଙ୍କୁ ପୋଡି ହତ୍ୟା କରିବାକୁ ଉଦ୍ୟମ କରିଛି। ଯୁବତୀଙ୍କ ଶରୀରର ଅଧିକାଂଶ ଅଂଶ ପୋଡିଯାଇଛି। ଚିକିତ୍ସାପାଇଁ କଟକ ମେଡିକାଲକୁ ପଠାଯାଇଛି। ଯୁବତୀଙ୍କ ପିତା ବୁଦ୍ଧିରାମ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସିଦ୍ଧାର୍ଥ ଫେରାର ହୋଇଯାଇଛି।

ମତାମତ ଦିଅନ୍ତୁ ।