ଏଟିଏମ୍‌ରୁ ବାହାରୁଛି ଗୁପଚୁପ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନଯାପନ ପଦ୍ଧତି ବଦଳି ଯାଇଛି । ସବୁଠି ସୋସିଆଲ ଡିଷ୍ଟାନ୍ସିଂକୁ ଗୁରୁତ୍ୱ ଦିଆଯାଉଛି । ଏଭଳି ସଙ୍କଟ ସମୟରେ ଲୋକେ ବାହାରେ ଖାଇବାକୁ ଭୟ କରୁଛନ୍ତି । ସବୁଠାରୁ ବେଶି ମିସ୍ କରୁଛନ୍ତି ଗୁପଚୁପ୍‌କୁ । ତେବେ ଗୁପଚୁପ୍ ପ୍ରେମେୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏଣିକି ଏଟିଏମ୍‌ରୁ ମିଳିବ ଗୁପୁଚୁପ୍ ।
ଗୁଜୁରାଟର ବନାସକାଣ୍ଠାର ଜଣେ ଯୁବକ ଗୁପଚୁପ୍ ଏଟିଏମ୍ ତିଆରି କରିଛନ୍ତି । ଏହାଦ୍ୱାରା ଲୋକମାନେ ସହଜରେ ବିନା କୌଣସି ଭୟରେ ଗୁପଚୁପ୍ ଖାଇପାରିବେ । ସମ୍ପୂର୍ଣ୍ଣ ଏଟିଏମ୍ ଭଳି ଫିଚର୍ସ ରହିଛି ଏଥିରେ । ଏଟିଏମ୍ ମେଶିନ ଭଳି ଆପଣ ଅପସନ୍ ବାଛି ପଇସା ପକାଇଲେ ଏଥିରୁ ଗୁପଚୁପ୍ ବାହାରୁଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବ ଲୋକପ୍ରିୟ ହୋଇଛି ।

  ପଶ୍ଚିମବଙ୍ଗ ଜଳପାଇଗୁଡ଼ିରେ ଦୁର୍ଘଟଣା : ୧୩ ମୃତ

ମତାମତ ଦିଅନ୍ତୁ ।