ଏଣିକି କଲ୍‌ ଆସିଲେ ଫୋନ୍‌ ରିଙ୍ଗ ହେବ ୨୫ ସେକେଣ୍ଡ

ନୂଆଦିଲ୍ଲୀ : ଏଣିକି ମୋବାଇଲ୍‌ ଫୋନକୁ କଲ୍‌ ଆସିଲେ ଅଧିକ ସମୟ ରିଙ୍ଗ ହେବନି। ମାତ୍ର ୨୫ ସେକେଣ୍ଡରେ ଫୋନ୍ କଲ୍‌ କଟିଯିବ। ପ୍ରଥମେ ଜିଓ ସମୟ ପରିବର୍ତ୍ତନ କରିଥିଲା। ଏବେ ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଉଟଗୋଇଂ କଲ୍‌ ସମୟ ହ୍ରାସ କରିଛନ୍ତି। ଷ୍ଟାଣ୍ଡାର୍ଡ ରିଙ୍ଗ ଟାଇମ୍‌ ରହିଛି ୩୦ ସେକେଣ୍ଡ। ବିଶ୍ୱରେ ୧୫ରୁ ୩୦ ସେକେଣ୍ଡ୍‌ ମଧ୍ୟରେ ରିଙ୍ଗ ଟାଇମ୍ ବି ରହିଛି। ପୂର୍ବରୁ ଆଉଟଗୋଇଂ ରିଙ୍ଗ ସମୟ ୪୫ ସେକେଣ୍ଡ ବୋଲି ଧାର୍ଯ୍ୟ କରିଥିଲେ। ବାର୍ତ୍ତମାନ ଜିଓ ପରି ଏୟାରଟେଲ୍‌ ଓ ଭୋଡାଫୋନ୍‌ର ସମୟ ହ୍ରାସ କରିଥିବାରୁ ଆଉଟଗୋଇଂ ରିଙ୍ଗ ସମୟ ନିର୍ଦ୍ଧାରଣ କରିବା ପାଇଁ ଟ୍ରାଇ ଅକ୍ଟୋବର ୧୪ ତାରିଖରେ ସମସ୍ତ ଟେଲିକମ୍‌ କମ୍ପାନୀଙ୍କର ବୈଠକ ଡକାଇଛି।

ମତାମତ ଦିଅନ୍ତୁ ।