ଏନକାଉଣ୍ଟରରେ ୨ ନକ୍ସଲ ନିହତ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଗଢ଼ଚିରୋଲିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ନକ୍ସଲ ନିହତ ହୋଇଛନ୍ତି। କୋରଚି ତହସିଲରେ ନାରେକସା ଜଙ୍ଗଲରେ ଚାଲିଛି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ। ସ୍ଥାନୀୟ ପୋଲିସ ଦୁଇ ନକ୍ସଲଙ୍କ ଶବ ଜବତ କରିଥିବା ବେଳେ ୬ ଜଣ ଆହତ ହୋଇଥିବା ସୂଚନା ଦେଇଛି। ଆହତଙ୍କ ମଧ୍ୟରେ ମେ ୧ରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଭାସ୍କର ଦଣ୍ଡକାରଣ୍ୟ ଥିବା ସୂଚନା ମିଳିଛି। ଆହୁରି ପଢ଼ନ୍ତୁ

ମତାମତ ଦିଅନ୍ତୁ ।