ବେଙ୍ଗାଲୁରୁ : ଚଳିତ ବର୍ଷ ଭାରତରେ ମୌସୁମୀ ବର୍ଷା ସ୍ଵାଭାବିକଠାରୁ କମ୍ ରହିବ। ଏପରି ପୂର୍ବନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍। ଭାରତୀୟ ପାଣିପାଗ ବିଭାଗ ଖୁବ୍ଶୀଘ୍ର ବାର୍ଷିକ ମୌସୁମୀ ପୂର୍ବାନୁମାନ ପ୍ରକାଶ କରିବ।
ସ୍କାଇମେଟ୍ ପକ୍ଷରୁ ସୋମବାର ପ୍ରକାଶିତ ପାଣିପାଗ ସମ୍ପର୍କିତ ରିପୋର୍ଟରେ କୁହାଯାଇଛି ଆସନ୍ତା ମୌସୁମୀ ଋତୁରେ ଏଲ୍ନିନୋର ପ୍ରଭାବ ଜାରି ରହିପାରେ। ଫଳରେ ମୌସୁମୀ ଦୁର୍ବଳ ରହିବ। ଏହି ସଂସ୍ଥାର ଆକଳନ ଅନୁଯାୟୀ ଭାରତର ଉତ୍ତର ଓ କେନ୍ଦ୍ରାଞ୍ଚଳ ଅଧିକ ବୃଷ୍ଟିହୀନତାର ଶିକାର ହେବ। ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଆଦି କୃଷିବହୁଳ ରାଜ୍ୟରେ ଚତୁର୍ମାସ୍ୟା (ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର)ର ଦ୍ଵିତୀୟାର୍ଦ୍ଧରେ ସ୍ଵାଭାବିକଠାରୁ କମ୍ ବର୍ଷିବ ବୋଲି କୁହାଯାଇଛି।