ଏମ୍‌ସ୍‌ ହେବ ମେଡିକାଲ ବିଶ୍ଵ ବିଦ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସକୁ ବିଶ୍ଵସ୍ତରୀୟ ମେଡିକାଲ ବିଶ୍ଵ ବବିଦ୍ୟାଳୟ ରୂପେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଏମ୍‌ସ୍‌ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ଏମ୍‌ସ୍‌ର କର୍ତ୍ତୃପକ୍ଷ ସମସ୍ତ ବିଭାଗକୁ ସର୍ଭେ କରାଯାଇ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ୧୦ ତାରିଖ ସୁଦ୍ଧା ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ସେବା ସହ ଜଡ଼ିତ ପ୍ରସ୍ତାବ ଦେବା ପାଇଁ ଏମ୍ସର ପ୍ରତ୍ୟେକ ବିଭାଗକୁ କୁହାଯାଇଛି। ସ୍ଵାସ୍ଥ୍ୟସେବାକୁ କିଭଳି ସୁଦୃଢ଼ କରାଯାଇ ପାରିବ ସେନେଇ ପରାମର୍ଶ ଦେବେ। ଏହି ପ୍ରକ୍ରିୟା ସାରିବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରଦାନ କରାଯିବ। ଓଡ଼ିଶାର ଭୁବନେଶ୍ଵର ଏମ୍‌ସ୍‌ ସମେତ ଦେଶର (କାର୍ଯ୍ୟରତ ଓ ପ୍ରସ୍ତାବିତ) ୨୧ଟି ଏମ୍ସ ବିଶ୍ଵସ୍ତରୀୟ ମେଡିକାଲ ବିଶ୍ଵ ବିଶ୍ଵବିଦ୍ୟାଳୟ ଅଧୀନରେ ରହିବ।

ମତାମତ ଦିଅନ୍ତୁ ।