ଏସଓଏସ୍ ଶିଶୁ ଗ୍ରାମ ଅଭିଭାବକଙ୍କ ଯତ୍ନ ହରାଇଥିବା ପିଲାମାନଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କରିଛି

0

ଦିଲ୍ଲୀ/ ଭୁବନେଶ୍ୱର : ମହାମାରୀ କୋଭିଡ଼-୧୯ ଯୋଗୁ ଅଭିଭାବକଙ୍କ ଯତ୍ନ ହରାଇଥିବା ଓ କୌଣସି ଯତ୍ନପ୍ରଦାନକାରୀ ନଥିବା ଅସହାୟ ଶିଶୁମାନଙ୍କୁ ସ୍ୱଳ୍ପ କିମ୍ବା ଦୀର୍ଘକାଳୀନ ଯତ୍ନ ଓ ସୁରକ୍ଷା ପ୍ରଦାନ କରିବା ପାଇଁ ଏସଓଏସ୍ ଶିଶୁ ଗ୍ରାମ ଘୋଷଣା କରିଛି।

ଏସଓଏସ୍ ଶିଶୁ ଗ୍ରାମର ସେକ୍ରେଟାରୀ ଜେନେରାଲ୍‌ ସୁମନ୍ତ କର କହିଛନ୍ତି ଏପରି ଜଟିଳ ସମୟରେ କୋଭିଡ-୧୯ ସହିତ ସଂଗ୍ରାମ କରିବା ପାଇଁ ଆମେ ଲୋକମାନଙ୍କ ସହିତ ଛିଡ଼ା ହୋଇଛୁ। ମହାମାରୀ ହେତୁ ବହୁ ମାତ୍ରାରେ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଆମ ନିକଟରେ ଥିବା ସମସ୍ତ ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ ଓ ସୁରକ୍ଷା ପ୍ରଦାନ କରିବା ଆମେ ସୁନିଶ୍ଚିତ କରୁଛୁ। ୨୨ଟି ରାଜ୍ୟରେ ଥିବା ୩୨ଟି ଗ୍ରାମରେ ଅସହାୟ ଗୋଷ୍ଠୀର ଶିଶୁମାନଙ୍କୁ ଯତ୍ନ ପ୍ରଦାନ କରିବା ନିମନ୍ତେ ଆମେ ସରକାର, କର୍ପୋରେଟ୍ ଓ ସିଭିଲ୍ ସୋସାଇଟି ସହିତ ହାତ ମିଳାଇବାକୁ ଚାହୁଁଛୁ। ଯଦ୍ୱାରା ସେମାନଙ୍କୁ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଯତ୍ନ ପ୍ରଦାନ କରାଯାଇପାରିବ।

ଯେଉଁ ଶିଶୁମାନଙ୍କର ପିତାମାତା କୋଭିଡ୍ ପଜିଟିଭ୍ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନେ ଆରୋଗ୍ୟ ହେବା ପର୍ଯ୍ୟନ୍ତ ଶିଶୁମାନଙ୍କୁ ସ୍ୱଳ୍ପକାଳୀନ ଯତ୍ନ ନିମନ୍ତେ ରଖାଯାଇପାରିବ। ଯେଉଁ ଶିଶୁମାନେ ସୋମନଙ୍କର ପିତାମାତାଙ୍କୁ ହରାଇଛନ୍ତି ଆମର ଫ୍ୟାମିଲି କେୟାର ପ୍ରୋଗ୍ରାମ ବା ଶିଶୁ ଗ୍ରାମରେ ଦୀର୍ଘକାଳୀନ ଯତ୍ନ ନିମନ୍ତେ ରଖାଯାଇ ପାରିବ। ଯଦି ଆପଣ ଆମର ପ୍ରକଳ୍ପ ନିକଟରେ କୌଣସି ଶିଶୁର ସଂସ୍ପର୍ଶରେ ଆସନ୍ତି ତେବେ ଦୟାକରି ଆମର ହେଲପଲାଇନ୍ ନମ୍ବର ୧୮୦୦୨୦୮୩୨୩୨ ରେ କଲ୍ କରନ୍ତୁ ବା soscvi@soscvindia.orgରେ ଇ-ମେଲ୍ କରନ୍ତୁ। ଆମେ ଏହି ଅସହାୟ ପିଲାମାନଙ୍କୁ ସହାୟତା ପ୍ରଦାନ କରିପାରିଲେ ବହୁତ ଖୁସୀ ହେବୁ।

୧୯୬୪ ମସିହାରେ ଫରିଦାବାଦରେ ଏସଓଏସ୍ ଶିଶୁ ଗ୍ରାମ ପ୍ରତିଷ୍ଠା କରାଯାଇଥିଲା। ଏବେ ଏହାର ସାରା ଦେଶରେ ଶାଖା ରହଛି। ଆଜି ୬୫୦୦ ଶିଶୁ ୪୪୦ଟି ପରିବାର ଗୃହରେ ୩୨ଟି ଏସଓଏସ୍ ଗ୍ରାମରେ ୨୨ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳରେ ରହୁଛନ୍ତି। ଯାହା ଶ୍ରୀନଗର ଠାରୁ କୋଚି ଓ ଭୁଜ ଠାରୁ ସିଲଂଗ ପର୍ଯ୍ୟନ୍ତ ପରିବ୍ୟାପ୍ତ। ସେମାନଙ୍କର ଯତ୍ନ ୬୦୦ ଏସଓଏସ ମା’ ଓ ମାଉସୀମାନଙ୍କ ଦ୍ୱାରା ନିଆଯାଉଛି।

Leave A Reply

Your email address will not be published.