ଏହି ସବୁ ନେତାଙ୍କୁ ମିଳିବନି ସ୍ୱତନ୍ତ୍ର କେନ୍ଦ୍ରୀୟ ସୁରକ୍ଷା

ନୂଆଦିଲ୍ଲୀ : ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ, ବିଏସ୍‌ପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା, ୟୁପି ବିଜେପି ନେତା ସଂଗୀତ ସୋମ ଓ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ଏହାଛଡା ୟୁପି ସରକାରରେ ମନ୍ତ୍ରୀ ଥିବା ସୁରେଶ ରାଣା, ଏଲଜେପି ସାଂସଦ ଚିରାଗ ପାଶ୍ୱାନ ଓ ପୂର୍ବତନ ସାଂସଦ ପପୁ ଯାଦବଙ୍କ ସୁରକ୍ଷାକୁ ହ୍ରାସ କରିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏମାନଙ୍କୁ ସିଆରପିଏଫ୍‌ ସୁରକ୍ଷା କବଚ ମିଳୁଥିଲା । ହେଲେ ଏବେ ଏହାକୁ ହ୍ରାସ କରି ‘ୱାଇ’ ଶ୍ରେଣୀଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ୍ ଯାଦବଙ୍କ ଠାରୁ ଜେଡ୍ ପ୍ଲସ୍ ସୁରକ୍ଷା ଉଠାଇ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଫଳରେ ଅଖିଲେଶଙ୍କୁ ବ୍ଲାକ କ୍ୟାଟ୍ କମାଣ୍ଡୋ ଆଉ ସୁରକ୍ଷା ଯୋଗାଇବେ ନାହିଁ । ତେବେ ଅଖିଲେଶ ଯାଦବଙ୍କ ବାପା ମୁଲାୟମ ସିଂହ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ବ୍ଲାକ କ୍ୟାଟ୍ କମାଣ୍ଡୋ ସୁରକ୍ଷା ବଳବତ୍ତର ରହିବ ବୋଲି ଜଣାପଡିଛି ।

ମତାମତ ଦିଅନ୍ତୁ ।