ଏୟାରଟେଲ୍ ଆଣିଲା ୪ଜି ହଟସ୍ପଟ୍ ଅଫର

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଏୟାରଟେଲ୍୪ଜି ହଟସ୍ପଟ୍ ଅଫରକୁ ଏବେ ପ୍ରିପେଡ୍ ଏବଂ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ରିଭାଇଜ କରିଛି। ଏୟାରଟେଲ୍ ୪ଜି ହଟସ୍ପଟ୍ ଡିଭାଇସ୍ କିଣୁଥିବା ନୂଆ ପ୍ରିପେଡ ଗ୍ରାହକଙ୍କୁ ୨୨୪ ଦିନର ଭ୍ୟାଲିଡିଟି ସହ ପ୍ରତିଦିନ ମିଳିବ ୧.୫ ଜିବି ଡାଟା। ହଟସ୍ପଟରେ ସିମକୁ ଆକ୍ଟିଭେଟ୍ କରାଯିବାର ୪୮ଘଣ୍ଟା ମଧ୍ୟରେ ଏହି ଡାଟା ମିଳିବ।

ଏୟାରଟେଲ ହଟସ୍ପଟ ଡିଭାଇସ କିଣୁଥିବା ପୋଷ୍ଟପେଡ ଗ୍ରାହକଙ୍କୁ ୩୯୯ଟଙ୍କା ଏବଂ ୪୯୯ଟଙ୍କା ପ୍ଲାନ୍ ସହ କିଛି ଫାଇଦା ମିଳିବ। ପୋଷ୍ଟପେଡ ଗ୍ରାହକ ୪ଜି ହଟସ୍ପଟ୍ କିଣିଲେ ୧୦୦୦ଟଙ୍କାର କ୍ୟାଶବାକ୍ ରହିଛି। ଏଥିପାଇଁ ଗ୍ରାହକଙ୍କୁ ୩୯୯ଟଙ୍କା କିମ୍ବା ୪୯୯ଟଙ୍କାର ପ୍ଲାନ୍ ବାଛିବାକୁ ପଡ଼ିବ।

ଯଦି ଗ୍ରାହକ ନୂଆ ଏୟାରଟେଲ୍ ପ୍ରିପେଡ ଏବଂ ଏୟାରଟେଲ୍ ୪ଜି ହଟସ୍ପଟ ୨୦୦୦ଟଙ୍କା​ରେ କିଣୁଛନ୍ତି ତେବେ ପୋଷ୍ଟପେଡ ଗ୍ରାହକଙ୍କ ଭଳି କ୍ୟାସବ୍ୟାକ ଲାଭ ମିଳିବ ନାହିଁ। କିନ୍ତୁ ପ୍ରିପେଡ ଗ୍ରାହକଙ୍କୁ ଫ୍ରି ଡାଟା ମିଳିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।