ଏୟାରଟେଲ ଡିଜିଟାଲ ଟିଭି ଦେବ ୬ ମାସ ପର୍ଯ୍ୟନ୍ତ ଫ୍ରି ସର୍ଭିସ

ନୂଆଦିଲ୍ଲୀ : ଏୟାରଟେଲ ଡିଜିଟାଲ ଟିଭି ଗ୍ରାହକଙ୍କ ପାଇଁ ଆଣିଛି ନୂଆ ଅଫର। ନୂଆ ସେଟ୍‌ଟପ ବକ୍ସକୁ ଅପଗ୍ରେଡ କଲେ ରିହାତି ମିଳିବ। ନୂଆ ଏସଟିଭି ଉପରେ ମଧ୍ୟ ଅଫର ରହିଛି। ଏଲଜି ସ୍ମାର୍ଟ ଗ୍ରାହକଙ୍କ ପାଇଁ କମ୍ପାନୀ ଦେଉଛି ୬ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଫ୍ରି ସର୍ଭିସ ସୁବିଧା।

ଟେଲିକମର ରିପୋର୍ଟ ଅନୁସାରେ ଏହି ଅଫର ଏଲଜି ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେଉଛି। ଏହା କେବଳ ସୀମିତ ସମୟ ଅର୍ଥାତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ। ଏୟାରଟେଲ ଡିଜିଟାଲ ଟିଭି ଅଫରରେ ଉପଭୋକ୍ତାଙ୍କ ପାଇଁ ଅନେକ ସୁବିଧା ରହିଛି। ୬ ମାସପରେ ସ୍ପୋର୍ଟସ ପ୍ୟାକ ସହ୨୫ ଶହ ଟଙ୍କାରେ ଏଚଡି ଲାଇଟ୍‌ ପ୍ୟାକ ସାମିଲ ରହିଛି। ୩୪୯୯ ଟଙ୍କାରେ ପ୍ଲାନ ବ୍ୟବହାର କଲେ ଗ୍ରାହକଙ୍କୁ ୬ ମାସ ପାଇଁ ୧୪୯୯ ଟଙ୍କାର ରିହାତି ମିଳିବ। ଏଥିସହ ଏୟାରଟେଲ ଡିଜିଟାଲ ଟିଭିର ସବସ୍‌କ୍ରାଇବର୍ସଙ୍କୁ ପ୍ରତି ଆକ୍ଟିଭେସନରେ ବିଭିନ୍ନ ପ୍ରକାର ଆସେସରିଜ ମିଳିବ। ଏୟାରଟେଲ ଡିଜିଟାଲ ଟିଭିର ଓ୍ବେବସାଇଟ୍‌ରେ ଅଫର୍ସ ସଂପର୍କରେ ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।