ଓଜେଇଇ ଅନ୍‌ଲାଇନ୍‌ ଆବେଦନ ଓ ଫି ଦାଖଲ ଅବଧି ବଢ଼ିଲା

ଭୁବନେଶ୍ୱର: ରାଜ୍ୟରେ ସାଂପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ବି.ଟେକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଓଜେଇଇ ଆବେଦନର ସମୟ ସୀମା ଓ ଫି ଦାଖଲ ଅବଧିକୁ ବୃଦ୍ଧି କରାଯାଇଛି। ଓଜେଇଇ ପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଥିସହିତ ଫି ଦାଖଲ ସମୟ ସୀମା ଜୁଲାଇ ୩୧ଯାଏଁ ବୃଦ୍ଧି କରାଯାଇଛି। ପରୀକ୍ଷା କାର୍ଯ୍ୟସୂଚୀ, ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିବା ନେଇ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।