ଓଡିଶାକୁ ବାତ୍ୟା ଭୟ ନାହିଁ, ୯ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଝଡ଼ର ପରିଣତ ହେବ। ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଅର୍ଥାତ ଓଡ଼ିଶା ଓ ବାଂଲାଦେଶ ଆଡ଼େ ମୁହାଁଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୂଚନା ଅନୁଯାୟୀ ଏହା ବର୍ତ୍ତମାନ ପାରାଦୀପ ଠାରୁ ୮୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି। ତେବେ ଓଡ଼ିଶା ଉପକୂଳକୁ ବାତ୍ୟା ଛୁଇଁବାର ସମ୍ଭାବନା ପ୍ରାୟତଃ ନାହିଁ। କିନ୍ତୁ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପବନ ସହ ବର୍ଷା ହେବ।ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିପାରେ। ତେଣୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି। ସେହିପରି ଓଡିଶାରେ ବିଶେଷ ପ୍ରଭାବ ପଡିନପଡିଲେ ବି ଆସନ୍ତା ୯ ତାରିଖରୁ ୨ ଦିନ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।