ଓବିସି କମିସନ ଲାଗୁ ନହେଲେ ଆନ୍ଦୋଳନ-ବିଜପି

ଭୁବନେଶ୍ୱର : ରାଜ୍ୟରେ ଓବିସି କମିଶନ ଗଠନ ନହେଲେ ଆନ୍ଦୋଳନ ହେବ ବୋଲି ବିଜେପି ଚେତାବନୀ ଦେଇଛି। ଏଥିସହ ପଛୁଆବର୍ଗ ଛାତ୍ରୀଛାତ୍ରଙ୍କୁ ବୃତ୍ତି, ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭ପ୍ରତିଶତ ସଂରକ୍ଷଣ, ଓବିସି ଫାଇନାନ୍ସ କର୍ପୋରେଶନ ମାଧ୍ୟମରେ ଋଣ ପ୍ରଦାନ ଏବଂ ସାମାଜିକ, ଶିକ୍ଷାଗତ ପଛୁଆବର୍ଗଙ୍କୁ (ଏସ୍‌ଇବିସି)ଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ଦାବି କରାଯାଇଛି। ଏହି ଦାବିନେଇ ବିଲେପିର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ମତାମତ ଦିଅନ୍ତୁ ।