ଓମଫେଡ୍ କ୍ଷୀର ୪ ଟଙ୍କା ବଢ଼ିବ

ଭୁବନେଶ୍ୱର : ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଓମଫେଡ଼୍‌ର ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୪୦ ଟଙ୍କାରେ ମିଳୁଥିଲା। ଆସନ୍ତାକାଲିଠାରୁ ଖାଉଟି ଗଣିବେ ୪୪ ଟଙ୍କା। ସେହିପରି ଟୋନ୍‌ଡ୍‌ କ୍ଷୀର ଲିଟର ପିଛା ୩୮ ଟଙ୍କାରେ କିଣିବାକୁ ପଡିବ। କିଛି ଦିନ ପୂର୍ବେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ରାଜ୍ୟର ଘରୋଇ ଦୁବ୍ଧ କମ୍ପାନି ଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବା ନେଇ ବିଚାର କରୁଛନ୍ତି। ତେବେ ଖାଉଟିଓ ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓମଫେଡ କ୍ଷୀର ଦର ନିର୍ଦ୍ଧାରଣ କରାଯିବ।

ମତାମତ ଦିଅନ୍ତୁ ।