ଓସିଏ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ଵର : ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ହୋଇଛି। ୬ ପଦବୀ ପାଇଁ ନାମାଙ୍କନ ଭରିଛନ୍ତି ୧୩ଜଣ ପ୍ରାର୍ଥୀ। ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଭରିଥିବା ବେଳେ ତାଙ୍କ ପ୍ୟାନେଲ ପକ୍ଷରୁ ସମସ୍ତ ୬ ପଦବୀ ଲାଗି ପ୍ରାର୍ଥିପତ୍ର ଦାଖଲ କରାଯାଇଛି।

ସଞ୍ଜୟଙ୍କ ବିରୋଧରେ ସମ୍ପାଦକ ପଦବୀ ପାଇଁ ଲଢ଼ିବେ ମଙ୍ଗଳା କ୍ଲବର ନବରଞ୍ଜନ ପଟ୍ଟନାୟକ। ସଭାପତି ପଦବୀ ପାଇଁ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହାନ୍। ଏମାନେ ନାମାଙ୍କନ ଭରିଛନ୍ତି। ସେହିପରି ପ୍ରଦୀପଙ୍କ ଗୋଷ୍ଠୀ ପକ୍ଷରୁ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦକ ଲାଗି ନାମାଙ୍କନ ଭରାଯାଇଛି। କିନ୍ତୁ ତାଙ୍କ ପ୍ୟାନେଲ ପକ୍ଷରୁ କାଉନସିଲ୍ ସଦସ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରାଯାଇ ନଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।