ଓଡ଼ିଆରେ ଉପଲବ୍ଧ ହେଲା ସୁପ୍ରିମ୍‌ କୋର୍ଟ ରାୟର ନକଲ

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କ ରାୟର ନକଲ ଏବେ ଓଡ଼ିଆ ଭାଷା ସମେତ ତେଲଗୁ, ଅସମିୟା, ହିନ୍ଦୀ, କନ୍ନଡ଼, ମରାଠୀ, ବେଙ୍ଗଲୀ ଓ ତାମିଲ ପରି ୮ଟି ଆଞ୍ଚଳିକ ଭାଷାରେ ବୁଧବାର ଠାରୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେଉଛି।

ସୁପ୍ରିମ୍‌ କୋର୍ଟଙ୍କ ଆଧିକାରୀକ (ଅଫିସିଆଲ) ପୋଟାର୍ଲ (https://www.sci.gov.in/)ରେ ଏଥିପାଇଁ (VERNACULAR JUDGMENTS) ‘ଭର୍ଣ୍ଣାକୁଲାର ଜଜ୍‌ମେଣ୍ଟସ୍‌’ (ଆଞ୍ଚଳିକ ଭାଷାରେ ରାୟ) ଶୀର୍ଷକରେ ଏକ ନୂତନ ବିଭାଗ ସ୍ଥାନ ପାଇଛି। ଏବଂ ଏହିଠାରେ ହିଁ ଆଞ୍ଚଳିକ ଭାଷାରେ ସୁପ୍ରିମ୍‌ କୋର୍ଟଙ୍କ ରାୟର ନକଲ ଉପଲବ୍ଧ ହେଉଛି। ସୁପ୍ରିମ୍‌ କୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଦେ ଏହି ନୂତନ ବ୍ୟବସ୍ଥାକୁ ଗତ ବୁଧବାର ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ସମସ୍ତ ଅଞ୍ଚଳିକ ଭାଷାରେ ସୁପ୍ରିମ୍‌ କୋର୍ଟଙ୍କ ରାୟର ନକଲର ପ୍ରଥମ କପିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିଲେ।

ମତାମତ ଦିଅନ୍ତୁ ।