ଓଡ଼ିଶାରେ ଆତଙ୍କବାଦୀ ପ୍ରବେଶ ଆଶଙ୍କା, ଉପକୂଳର ୭ ଏସ୍‌ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସମୁଦ୍ର ତଟ ଦେଇ ଆତଙ୍କବାଦୀମାନେ ଓଡ଼ିଶାରେ ପ୍ରବେଶ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ଓଡ଼ିଶାର ଉପକୂଳବର୍ତ୍ତୀ ୭ଟି ଜିଲ୍ଲାର ଏସ୍‌ପିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଂଜାମ। ଏହାଛଡା ୧୮ଟି ସାମୁଦ୍ରିକ ଥାନାକୁ ସତର୍କ ରହିବାକୁ କୁହାଯାଇଥିବା ବେଳେ ସଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ଜଣାଇବାକୁ ଧୀବରମାନଙ୍କୁ ଦିଆଯାଇଛି ପରାମର୍ଶ। ରେଳ ଓ ମେରାଇନ୍‌ ବିଭାଗ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।