Breaking Newsରାଜ୍ୟ

ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦

ଭୁବନେଶ୍ୱର : ରାଜ୍ୟ ସରକାର ଘରୋଇ ଲ୍ୟାବ୍‌ରେ କୋଭିଡ୍‌-୧୯ ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଆରଟି-ପିସିଆର ଟେଷ୍ଟ ପାଇଁ ଜିଏସ୍‌ଟି ମିଶାଇ ୨୨ଶହ ଟଙ୍କା ହେବାକୁ ପଡ଼ିବ। ଏହି ଟେଷ୍ଟ ରାଜଧାନୀ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ ଓ ସମ୍ ହସ୍ପିଟାଲରେ ହୋଇପାରିବ। ତା’ ସହିତ ଇନଡିଏନଏ ଲାଇଫ ସାଇନ୍ସ ଲି ଓ ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ମଧ୍ୟ ଟେଷ୍ଟ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଆରଏମସିଆରର ତତ୍ତ୍ୱାବଧାନରେ ଘରୋଇ କ୍ଲିନିକ ଗୁଡ଼ିକ କୋଭିଡ୍‌-୧୯ ଟେଷ୍ଟ କରିପାରିବେ। ଯେ କେହି ଚାହିଁଲେ ତାଙ୍କୁ ଏହି ସୂବିଧା ମିଳିବ।

ମତାମତ ଦିଅନ୍ତୁ ।

Back to top button