ଓଡ଼ିଶାରେ ଦୁର୍ଘଟଣା ୬୪ % କମିଛି

ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମଧ୍ୟରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ବଳବତ୍ତର ରହିଥିଲା। କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ଛାଡ଼ିଦେଲେ ବାକି ଗାଡ଼ି ଚଳାଚଳ‌‌ରେ କଟକଣା ରହିଥିଲା। କିନ୍ତୁ ଏତେ କମ୍‌ ଗାଡ଼ି ଚଳାଚଳ ସତ୍ତ୍ବେ ମାର୍ଚ୍ଚ ୨୪ରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ୮୩୬ ଦୁର୍ଘଟଣା ଘଟିଛି। ଏଥିରେ ୭୨୨ଜଣ ଗୁରୁତର ହୋଇଥିବା ବେଳେ ୩୮୪ ଜଣଙ୍କର ମୃତ୍ୟୁ ଘଟିଛି।

୨୦୧୯ ମସିହାରେ ଠିକ୍‌ ଏହି ଅବଧି ମଧ୍ୟରେ ୨୧୦୭ଟି ଦୁର୍ଘଟଣା ଘଟିଥିବା ବେଳେ ୨୧୭୫ଜଣ ଆହତ ଓ ୧୦୮୭ ଜଣ ପ୍ରାଣ ହରାଇଥିଲେ। ଏହି ସମୟସୀମାରେ ଗତବର୍ଷଠାରୁ ଚଳିତ ବର୍ଷ ଦୁର୍ଘଟଣାର ହାର ୬୪ ପ୍ରତିଶତ ହ୍ରାସ ପାଇଛି।  

ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିବା ଶତପ୍ରତିଶତ ଗାଡ଼ିଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ। ରାସ୍ତା ଖାଲି ଏବଂ ଟ୍ରାଫିକ୍ କଟକଣା ନଥିବାରୁ ଅଧିକାଂଶ ଯାନ ଦ୍ରୁତ ଗତିରେ ଯା’ ଆସ କରୁଥିଲା। ଭାରସାମ୍ୟ ହରାଇ ଅନେକ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିଥିବା ବେଳେ କିଛି ଡିଭାଇଡର୍‌ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ଗାଡ଼ି ଚାଳକ ବା ଗାଡ଼ିର କର୍ମଚାରୀ ଥିଲେ ବୋଲି ପୁଲିସ୍‌ କହିଛି। 

  କଙ୍ଗନାଙ୍କୁ ଲିଗାଲ ନୋଟିସ : ୭୨ ଘଣ୍ଟାରେ ଜବାବ ରଖିବେ

ଅପରପକ୍ଷେ ୨୦୧୯ ତୁଳନାରେ ପ୍ରଥମ କ୍ବାର୍ଟର ବା ବର୍ଷର ପ୍ରଥମ ତିନିମାସ(ଜାନୁଆରି, ଫେବ୍ରୁଆରି ଓ ମାର୍ଚ୍ଚ)କୁ ବିଚାରକୁ ନେଲେ ୨୦୨୦ରେ ସଡ଼କ ଦୁର୍ଘଟଣା ମାତ୍ର ୧୫ ପ୍ରତିଶତ କମ୍ ରହିଛି। ୨୦୧୯ ଜାନୁଆରୀ, ଫେବ୍ରୁଆରୀ ଏବଂ ମାର୍ଚ୍ଚରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୧୫୮୦ ଥିବା ବେଳ‌େ ୨୦୨୦ରେ ଏହି ଅବଧିରେ ମୃତ୍ୟୁ ସଂଖ୍ୟା ୧୩୪୬ ରହିଛି।

ମତାମତ ଦିଅନ୍ତୁ ।