ଓଡ଼ିଶାରେ ସମୁଦ୍ରପଥ ଦେଇ ଆତଙ୍କବାଦୀ ଆକ୍ରମଣର ବେଶି ଆଶଙ୍କା

ଭୁବନେଶ୍ଵର : ଆଜି ଭୁବନେଶ୍ୱର ପୁଲିସ ଭବନରେ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଓ ଆତଙ୍କବାଦ ଦମନ ସମ୍ପର୍କରେ ଓଡ଼ିଶା ପୋଲିସ ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦୀ କହିଛନ୍ତି ଆତଙ୍କବାଦୀଙ୍କୁ ମିଳୁଥିବା ଫଣ୍ଡିଂ କମିଲେ ଆତଙ୍କବାଦ କମିବ। ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡ଼ିଶା ରହିଛି। ସମୁଦ୍ରପଥ ଦେଇ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ବେଶି। କେନ୍ଦ୍ର ଗୋଇନ୍ଦା ବିଭାଗ ଏନେଇ ରିପୋର୍ଟ ଦେଇଥିବା ବେଳେ ପୂର୍ବରୁ ଆତଙ୍କବାଦୀ ଲିଙ୍କରେ କଟକର ଅବଦୁର୍ ରହମାନ ସମେତ ରାଉରକେଲାର ଏକାଧିକ ଅପରାଧୀ ଗିରଫ ହୋଇଛନ୍ତି।

ମତାମତ ଦିଅନ୍ତୁ ।