ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଚେତାବନୀ, ଦାମ୍ ନ ବଢିଲେ ରାସ୍ତାରେ କ୍ଷୀର ଢାଳିବୁ

ଭୁବନେଶ୍ୱର:  : ମିଲ୍କ ମୁଁ, ପ୍ରଗତି ଡାଇରୀ ପକ୍ଷରୁ ଚାଷୀମାନଙ୍କୁ ଦୁଗ୍ଧ ଲିଟର ପିଛା ୨୮. ୫୦ ଟଙ୍କା  ଓ ୨୮.୮୫ ଟଙ୍କା  ଗତ ପହିଲାଠାରୁ ଦିଆଯାଉଛି । କିନ୍ତୁ ଓମଫେଡ୍ ସହିତ ଅନୁବନ୍ଧିତ ଦୁଗ୍ଧଚାଷୀମାନେ ୨୦୧୪ ମସିହାରୁ ଆଜିଯାଏ ୨୬ଟଙ୍କା ୧୦ ପଇସା ପାଉଛନ୍ତି। କିନ୍ତୁ ସରକାର ଗତ ୧ ତାରିଖରୁ ଓମଫେଡର ଗୋଖାଦ୍ୟ ଦର୍ ବୃଦ୍ଧି କରି କିଗ୍ରା ପିଛା କରିଛନ୍ତି ୨୦ଟଙ୍କା ୮୫ ପଇସା। ସବୁ ଜିନିଷର ଦରଦାମ୍ ବଢୁଥିବା ବେଳେ ଦୁଗ୍ଧ ମୂଲ୍ୟ ବୃଦ୍ଧି କରାଯାଉନି। ମହାସଂଘର ବୈଠକରେ ନିଷ୍ପତ୍ତି ହୋଇଛି ଯଦି ଆଗାମୀ ଦୁଇଦିନ ଭିତରେ ସରକାର ଦୁଗ୍ଧ ଲିଟର ପିଛା ୩୦ ଟଙ୍କା ନକରନ୍ତି, ତାହେଲେ ବାଧ୍ୟହୋଇ ଦୁଗ୍ଧଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ କ୍ଷୀର ଢାଳିବେ।

ମତାମତ ଦିଅନ୍ତୁ ।