ଓଡ଼ିଶା ସୀମାନ୍ତରେ ଗୁଳି ବିନିମୟ , ୨ ମାଓବାଦୀ ନିହତ

ଭୁବନେଶ୍ଵର : ଓଡିଶା ସୀମାରେ ଜିକେ ମଣ୍ଡଲ ନିକଟରେ ଆନ୍ଧ୍ର ପ୍ରଦେଶର ଗ୍ରେହାଉଣ୍ଡ ଯବାନ ଗୁଳିରେ ୨ଜଣ ମାଓବାଦୀ ପ୍ରାଣ ହରାଇଥିବା ଖବର ମିଳିଛି।

ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶର ଜିକେ ମଣ୍ଡଲ ନିକଟ ମାଡ଼ିଗାମାଲୁ ଜଙ୍ଗଲରେ ରହିଥିବା ମାଓବାଦୀ ଶିବିରରେ କେତେକ ମାଓବାଦୀ ଥିବା ଖବର ମିଳିଥିଲା। ଏହା ନାନପଡିବା ପରେ ସୋମବାର ରାତିରେ ଗ୍ରେହାଉଣ୍ଡ ଯବାନମାନେ ସେଠାକୁ ଯାଇଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ପାଲଟା ଜବାବ୍ ଦେଇଥିଲେ ଯବାନ। ପ୍ରାୟ ଅଧଘଣ୍ଟାଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି।

ମତାମତ ଦିଅନ୍ତୁ ।