କଟକ: ବସ୍‌ ଓଲଟି ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଭୁବନେଶ୍ଵର : କଟକରୁ ଜଗତସିଂହପୁର ଆଡେ ଯାଉଥିବା ‘ଅଭିରାମ୍‌’ ନାମକ ଏକ ଘରୋଇ ବସ୍‌ କନ୍ଦରପୁର-ମାଛଗାଁ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ଅପରାହ୍ଣରେ ବସଟି କନ୍ଦରପୁର-ମାଛଗାଁ ରାସ୍ତାର ହାଜିପୁର ନିକଟରେ ଓଲଟି ପଡିବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଆହତମାନଙ୍କୁ ବିରିଡ଼ି ହସ୍‌ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।