କଟକ: ୨ଦିନରେ୨ଜଣଙ୍କୁ ହତ୍ୟା

ଭୁବନେଶ୍ଵର : କଟକରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି । ଅଶାନ୍ତ ହୋଇପଡ଼ିଛି ଐତିହାସିକ ଏଇ ସହର। ଗତ ଦୁଇଦିନ ମଧ୍ୟରେ ଦୁଇ ଜଣଙ୍କୁ କରାଯାଇଛି ହତ୍ୟା। ଆଜି ରାଣୀହାଟ ମେଡିକାଲ ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତ ଦେହକୁ ପୋଲିସ ଉଦ୍ଧାର କରିଥିବା ବେଳେ ମୃତକଙ୍କ ପରିଚୟ ମିଳିନାହିଁ । 

ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ରାଣୀହାଟ ନିକଟବର୍ତ୍ତି ତାଳଦଣ୍ଡା କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯୁବକଙ୍କ ମୁଣ୍ଡକୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। 

ମତାମତ ଦିଅନ୍ତୁ ।