କନେଷ୍ଟେବଳଙ୍କୁ ମିଳିଲା କ୍ଷମତା : କାଟିପାରିବେ ଟ୍ରାଫିକ ଉଲଙ୍ଘନକାରୀଙ୍କ ଚାଲାଣ

ଭୁବନେଶ୍ଵର : ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ସାଧାରଣ ଲୋକଙ୍କ ଜୀବନଯାପନ ଉପରେ ଅଧିକ ପ୍ରଭାବ ପକାଇଛି । ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲଙ୍ଘନ କରିବା ଫଳରେ ତାଙ୍କୁ ଚାଲାଣ ଅର୍ଥାତ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ ।  । ଏଣିକି ଡ୍ୟୁଟିରେ ଥିବା କନେଷ୍ଟେବଳ ମଧ୍ୟ ଜୋରିମାନା ଚାଲାଣ କାଟିପାରିବେ । 

ଟ୍ରାଫିକ ନିୟମ ଉଲଙ୍ଘନ ନେଇ ସାରା ଦେଶ ଓ ରାଜ୍ୟରେ ନୂଆ ନିୟମ ଲାଗୁ ହୋଇଛି । ଟ୍ରାଫିକ ଧରପଗଡ଼ ବେଳେ ବା ଚେକିଂ ସମୟରେ କାର୍ଯ୍ୟରତ କନେଷ୍ଟେବଳ ମଧ୍ୟ ଚାଲାଣ କାଟିପାରିବେ । କମିଶନରେଟ ପୋଲିସ କନେଷ୍ଟେବଳଙ୍କୁ ଏହି ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛି । ପୂର୍ବରୁ ସର୍ବନିମ୍ବ ଏଏସଆଇ ର‌୍ୟାଙ୍କର ଅଧିକାରୀ ଚାଲାଣ କାଟୁଥିଲେ । କିନ୍ତୁ ଏହି କ୍ଷମତା ଆଜି କମିଶନରେଟ ଠାରୁ ମିଳିବା ପରେ କନେଷ୍ଟେବଳ ମଧ୍ୟ ଗାଡ଼ି ଚାଳକଙ୍କ ଟ୍ରାଫିକ ଓ କାଗଜପତ୍ର ଯାଂଚ କରି ଚାଲାଣ କାଟିପାରିବେ ।

ମତାମତ ଦିଅନ୍ତୁ ।