କନ୍ଧମାଳରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିଲେ ମୁଖ୍ୟ ସଚିବ ଓ ୫ଟି ସଚିବ

ଭୁବନେଶ୍ଵର : ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଓ ଏନଏଚଏମ (ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବରିଷ୍ଠ ଅଧିକାରୀମାନେ ରୋଗୀମାନଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରଖାନାର ସମସ୍ୟା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହାଛଡା ରୋଗୀମାନେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ସେ ନେଇ ସିଡିଏମଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଏନଏଚଏମ ନିର୍ଦ୍ଦେଶିକା ବୌଦ୍ଧ ଓ ନୟାଗଡ ଜିଲ୍ଲା ଗସ୍ତକରି ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କିପରି ଚାଲିଛି ସ୍ଥିତି ପରଖିବେ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।