କନ୍ଧମାଳା ଏସ୍‌ପିଙ୍କ ମହତ୍ କାର୍ଯ୍ୟ, ରକ୍ତଦେଇ ବଞ୍ଚାଇଲେ ଶିଶୁର ଜୀବନ

ଭୁବନେଶ୍ଵର : ସବୁ ପୋଲିସ ବାବୁ ସମାନ ନୁହଁନ୍ତି। କେତେଜଣ ହୃଦୟବାନ ବି ଅଛନ୍ତି। ଯେଉଁମାନେ ଅନ୍ୟର ଦୁଃଖରେ ଦୁଃଖୀ ହୁଅନ୍ତି। ସେହିପରି ଜଣେ ପୋଲିସ ବାବୁ ହେଉଛନ୍ତି କନ୍ଧମାଳା ଏସ୍‌ପି ପ୍ରତୀକ ସିଂ। ଯିଏକି ସିକିଲ୍‌ସେଲ ରୋଗରେ ଆକ୍ରାନ୍ତ ୭ ବର୍ଷର ଶିଶୁର ଜୀବନ ବଞ୍ଚାଇବାକୁ ରକ୍ତ ଦେଇ ମାନବିକତାର ଉଦାହରଣ ଦେଇଛନ୍ତି।

ଫୁଲବାଣୀ ବ୍ରାହ୍ମଣୀ ଗାଁର ରାଲୁ ଦିଗାଲଙ୍କ ୭ ବର୍ଷର ଝିଅ ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ। ଝିଅର ଦେହ ଗୁରୁତର ହେବାରୁ ପରିବାର ଲୋକେ ଫୁଲବାଣୀ ମେଡିକାଲ ଶିଶୁ ଓ୍ୱାର୍ଡରେ ଭର୍ତ୍ତି କରିଥିଲେ। ଝିଅର ଚିକିତ୍ସା ପାଇଁ ବି ପଜିଟିଭ ରକ୍ତ ଆବଶ୍ୟକ ଥିଲେ ମଧ୍ୟ ପରିବାର ଲୋକେ ଏହି ଗ୍ରୁପର ରକ୍ତ ଯୋଗାଡ଼ କରିପାରିନଥିଲେ। ଅନେକ ଲୋକଙ୍କୁ କହି ହତାଶ ହେଲେ। ଏନେଇ ଜଣେ ସ୍ୱେଚ୍ଛାସେବୀଙ୍କ ଦ୍ୱାରା କନ୍ଧମାଳା ଏସ୍‌ପିଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ତାଙ୍କର ରକ୍ତ ଗ୍ରୁପ ବି ପଜିଟିଭ୍ ହୋଇଥିବାରୁ ସେ ଶିଶୁକୁ ରକ୍ତଦାନ କରିଥିଲେ। ଯଦି ଠିକ୍‌ ସମୟରେ ଏସ୍‌ପି ରକ୍ତ ଦେଇ ନ’ଥାନ୍ତେ ତାହେଲେ ଝିଅଟିର କିଛି ବି ହୋଇଥାନ୍ତା। ଅନ୍ୟପକ୍ଷରେ ଏସ୍‌ପିଙ୍କର ଏହି ମହତ କାମ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଲୋକେ କହୁଛନ୍ତି ପ୍ରକୃତରେ ସେ ଜଣେ ହୃଦୟବାନ ବ୍ୟକ୍ତି।

ମତାମତ ଦିଅନ୍ତୁ ।