କମିସନରେଟ ପୋଲିସର ଆଡଭାଇଜରି: ରାତି ୧୦ଟା ଯାଏଁ ବାଣ ଫୁଟିବ

ଭୁବନେଶ୍ୱର: ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବା ପାଇଁ ଭୁବନେଶ୍ୱର କମିସନରେଟ ପୋଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଦୀପାବଳି ଦିନ ସଂଧ୍ୟା ୮ଟାରୁ ରାତି ୧୦ଟା ଯାଏ ବାଣ ଫୁଟାଇବା ଓ ଲାଇସେନ୍‌ସ ପ୍ରାପ୍ତ ଦୋକାନୀଙ୍କଠୁ ବାଣ କିଣିବାକୁ ଦିଆଯାଇଛି ପରାମର୍ଶ। ସେହିପରି ୧୨୫ ଡେସିବେଲରୁ ଅଧିକ ଶବ୍ଦ କରୁଥିବା ବାଣ ବିକ୍ରିକୁ ନିଷେଧ କରାଯାଇଥିବା ବେଳେ ଚାଇନା ବାଣ ନ କିଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ମତାମତ ଦିଅନ୍ତୁ ।