କରାଚିରେ ଆତଙ୍କବାଦୀ ଆକ୍ରମଣ

କରାଚି : ପାକିସ୍ତାନର କରାଚି ଷ୍ଟକ୍‌ ଏକ୍ସଚେଞ୍ଜରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି।

ଖବର ଅନୁଯାୟୀ ଆତଙ୍କବାଦୀମାନେ ପୋଲିସ୍‌ ପୋଷାକ ପିନ୍ଧି କାରରେ ଷ୍ଟକ ଏକ୍ସଚେଞ୍ଜ ନିକଟରେ ପହଞ୍ଚିଥିଲେ। ସାଙ୍ଗରେ ଆଣିଥିଲେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ। ବାହାରେ ଗ୍ରେନେଡ ମାଡ଼ କରିବା ପରେ ଷ୍ଟକ ଏକ୍ସଚେଞ୍ଜ ଭିତରକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନରେ ପ୍ରଥମେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅନ୍ୟ ଦୁଇଜଣ ଆତଙ୍କବାଦୀ ଷ୍ଟକଏକ୍ସଚେଞ୍ଜ ଭିତରେ ଗୁଳିମାଡ଼ କରିବା ସହ କର୍ମଚାରୀଙ୍କୁ ବନ୍ଧକ ବନେଇବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷାକର୍ମୀ ଓ ପାକିସ୍ତାନ ରେଞ୍ଜର୍ସମାନେ ପୂରା ଅଞ୍ଚଳକୁ ଗେରିଯାଇ ମୁକାବିଲା କରିଥିଲେ। ଆତଙ୍କୀଙ୍କ ଗୁଳିରେ ଷ୍ଟକ ଏକ୍ସଚେଞ୍ଜର ଜଣେ କର୍ମଚାରୀ, ଜଣେ ପୋଲିସ ଅଧିକାରୀ ଓ ୪ ଜଣ ସିକ୍ୟୁରିଟି ଗାର୍ଡ ପ୍ରାଣ ହରାଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅଟୋମେଟିକ ଗନ୍‌ ଓ ବିସ୍ଫୋରକ ସମାଗ୍ରୀ ଜବତ କରାଯାଇଛି।

ମତାମତ ଦିଅନ୍ତୁ ।