କରୋନା କଟକଣା : ବନ୍ଦହେଲା ଡାବୁଗାଁ ସାପ୍ତାହିକ ହାଟ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଡାବୁଗାଁ ସାପ୍ତାହିକ ହାଟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବ୍ଲକର ଦୁଇ ସରପଞ୍ଚ। ଏହି ସାପ୍ତାହିକ ହାଟରେ ବହୁ ମାତ୍ରା ରେ ଜନଗହଳି ହେବାର ଆଶଙ୍କା ଥିବାରୁ ଡାବୁଗାଁ ଓ ଡଙ୍ଗାରିଗୁଡା ସରପଞ୍ଚ ଏହି ପଦକ୍ଷେପ ନେଇଛନ୍ତି। ସଂକ୍ରମଣ ରୋକିବା ପାଇଁ ଡାବୁଗାଁ ବ୍ଲକର ଡାବୁଗାଁ ସରପଞ୍ଚ ଯଶୋଦା ସୌରା ଓ ଡଙ୍ଗରିଗୁଡା ପଞ୍ଚାୟତ ସରପଞ୍ଚ ଅମ୍ବିକା ମାଝୀ ଜିଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ମଙ୍ଗଳବାର ରାତି ୧୦ରୁ ଗୁରୁବାର ରାତ୍ର ୧୨ ଘଣ୍ଟ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି।

ମତାମତ ଦିଅନ୍ତୁ ।