କରୋନା ରୋକିବା ପାଇଁ ମୁହଁରେ ସୁନା ମାସ୍କ

ମୁମ୍ୱାଇ : କରୋନା ମୁକାବିଲା ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପିନ୍ଧିଲେ କରାଯାଉଛି ଜରିମାନା। ତଣ୍ଡ ଗଣିବାରୁ ବର୍ତ୍ତିବା ପାଇଁ କିଏ ମୁହଁରେ ମାସ୍କ ପିନ୍ଧୁଛି ତ ଆଉ କିଏ ରୁମାଲ ବ୍ୟବହାର କରୁଛନ୍ତି। କିନ୍ତୁ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିଂପରୀ ଚିଞ୍ଚଓ୍ୱାଡାର ଶଙ୍କର କୁରାଡେ ସୁନାରେ ତିଆରି ଏକ ମାସ୍କ କିଣି ପିନ୍ଧିଛନ୍ତି। ଯାହାର ଦାମ ୨.୮୯ ଲକ୍ଷ ଟଙ୍କା। ଏଥିରେ ଅନେକ ଛୋଟ ଛୋଟ କଣା ରହିଛି। ତେଣୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ। ତେବେ ଏହି ସୁନା ମାସ୍କ କରୋନା ମୁକାବିଲାରେ କେତେ ସହାୟକ ହେବ ସେ ବିଷୟରେ ଜାଣିନଥିବା କହିଛନ୍ତି।

ମତାମତ ଦିଅନ୍ତୁ ।