Breaking Newsରାଜ୍ୟ

କରୋନା ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଲୁଚିଯିବେ : ବାଗଚୀ

ଭୁବନେଶ୍ୱର : ରାଜ୍ୟରେକରୋନା ସଂକ୍ରମଣ ବୃଦ୍ଧି ପାଉଛି। ସାବଧାନତା ଅବଲମ୍ବନ ନକଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ତେଣୁ କରୋନା ଲକ୍ଷଣ ଲୁଚାନ୍ତୁ ନାହିଁ। ଏହାକୁ ଲୁଚାଇଲେ ଚିରଦିନ ପାଇଁ ଆପଣ ଲୁଚିଯିବେ। ଏହା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ ଜୁନ୍ ୧୬ରୁ ଆଶାଦିଦିମାନଙ୍କ ସହାୟତାରେ ଘରକୁ ଘର ବୁଲି କୋଭିଡ୍ ସର୍ଭେ ଚାଲିଛି। ଏହା ଚଳିତମାସ ଶେଷ ପର୍ଯ୍ୟନ୍ତ ଅର୍ଥାତ ୪୫ଦିନ ଚାଲିବ। ରାଜ୍ୟର ସବୁ ଗାଁ ଓ ସବୁ ଘରେ ସର୍ଭେ ହେବ। ଏଥିପାଇଁ ରାଜ୍ୟ ସରକାର ଟ୍ରେସ୍ , ଟେଷ୍ଟ ଓ ଟ୍ରିଟ୍ ଫର୍ମୂଲା ଆପଣାଇଛନ୍ତି। ସର୍ଭେବେଳେ କୋଭିଡ୍ ଲକ୍ଷଣ ସହ ବୟସଜନିତ ରୋଗ ଯଥା ଡାଇବେଟିସ୍ , ବ୍ଲଡପ୍ରେସର ଓ ଯକ୍ଷ୍ମା ଆଦି ରୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯିବ। ଏଥିପାଇଁ ସହଯୋଗ କରନ୍ତୁ। ଲକ୍ଷଣ ଲୁଚାନ୍ତୁ ନାହିଁ। ଯଦି କାହାର ସାମାନ୍ୟ ଲକ୍ଷଣ ଦେଖାଯାଉଛି ସେମାନେ କ୍ୱାରେଣ୍ଟାଇନରେ ରହିବା ସହ ଯାଂଚ ପାଇଁ ଯାଉଥିବା ଆଶାଦିଦିମାନଙ୍କୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଶ୍ରୀ ବାଗଚୀ ଆହୁରି କହିଲେ ଏବେ କରୋନା ଲକ୍ଷଣ ଦେଖାଯାଉନଥିବା ସଂଖ୍ୟା ଅଧିକ ରହୁଛି। ତେଣୁ ସଂକ୍ରମଣ ଆଶଙ୍କା ବଢ଼ିଛି। ଏଥିପାଇଁ ସତର୍କ ରହିବାକୁ ପଡ଼ିବ। କାରଣ ସୁସ୍ଥ ଦେଖାଯିବା ଓ ମୃତ୍ୟୁ ମଧ୍ୟରେ ମାତ୍ର ୨୪ଘଣ୍ଟାରୁ କମ୍ ଅବଧି ରହୁଛି। ସୁସ୍ଥଥିବା ଲୋକକୁ ଭେଣ୍ଟିଲେଟରକୁ ଯିବାକୁ ୨୪ଘଣ୍ଟାରୁ ବି କମ୍ ସମୟ ଲାଗୁଛି। ଘରେ ବୋର୍ ଲାଗୁଥିଲେ ଟାଇମ୍ ପାସ୍ ପାଇଁ ଦୁଇଚକିଆ ଯାନ ନେଇ କୁଆଡ଼େ ପଳାଇବା ଅର୍ଥ ଜୀବନ ପ୍ରତି ବିପଦ ଡାକି ଆଣିବା। ଏହି ଟାଇମ୍ ପାସ୍ ପାଇଁ ଲାଇଫ୍ ଫେଲ୍ ହୋଇଯିବ ବୋଲି ସେ ସତର୍କ କରାଇଛନ୍ତି।

ମତାମତ ଦିଅନ୍ତୁ ।

Back to top button