କର୍ତାରପୁର ଗୁରୁଦ୍ୱାର ଥିବା ଜିଲ୍ଲାରେ ଆତଙ୍କବାଦୀ ଶିବିର

ନୂଆଦିଲ୍ଲୀ : କର୍ତାରପୁର ସାହିବ ଗୁରୁଦ୍ୱାର ଥିବା ପାକିସ୍ତାନର ପଞ୍ଜାବ ପ୍ରଦେଶ ନାରୋଓ୍ଵାଲ୍‌ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ତାଲିମ ଶିବିର ରହିଛି। ଭାରତୀୟ ଯାତ୍ରୀମାନଙ୍କ ପାଇଁ କରିଡର୍‌ ଖୋଲାଯିବା ପୂର୍ବରୁ ଏହି ଗୁଇନ୍ଦା ସୂଚନା ମିଳିଛି।

ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ପଞ୍ଜାବ ପ୍ରଦେଶର ମୁରିଦ୍‌କେ, ଶାକାରଗଡ଼ ଓ ନରୋଓ୍ଵାଲ୍‌ ଠାରେ ଆତଙ୍କବାଦୀମାନଙ୍କର ତାଲିମ ଶିବିର ରହିଛି। ସେଠାରେ ବହୁ ସଂଖ୍ୟକ ପୁରୁଷ ଓ ମହିଳା ରହି ତାଲିମ ନେଉଛନ୍ତି। ନିକଟରେ ପଞ୍ଜାବ ସୀମାନ୍ତ ପରିଚାଳନା ସମସ୍ୟା ସଂକ୍ରାନ୍ତରେ ଦେଶର ସମସ୍ତ ଶୀର୍ଷସ୍ତରୀୟ ନିରାପତ୍ତା ଏଜେନ୍‌ସିଙ୍କ ମିଳିତ ବୈଠକ କରାଯାଇ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଗୁଇନ୍ଦା ସଂସ୍ଥାମାନେ କହିଛନ୍ତି ସବୁଠୁ ବଡ଼ କଥା ହେଲା ପାକିସ୍ତାନର ବିରୋଧାତ୍ମକ ତତ୍ତ୍ୱ ସବୁ ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଥିବା ବେଳେ କର୍ତାରପୁର କରିଡର୍‌ ଖୋଲୁଛି। ସେମାନେ ଧର୍ମପୀଠକୁ ଯାଉଥିବା ଯାତ୍ରୀମାନଙ୍କ ସଂସ୍ପର୍ଶରେ ଆସିବେ।

ମତାମତ ଦିଅନ୍ତୁ ।