କର୍ପୋରେଟ ଟ୍ୟାକ୍ସ କମିବା ପରେ ଶେୟାର ବଜାର ତେଜିଲା

ନୂଆଦିଲ୍ଲୀ: ଶେୟାର ବଜାରରେ ଆଜି ସବୁଠାରୁ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଟ୍ୟାକ୍ସ କମାଇବା ନେଇ ଘୋଷଣା କରିବା ପରେ ଏହାର ପ୍ରଭାବ ଶେୟାର ବଜାରକୁ ତେଜିଛି। ଦେଶର ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ସୀତାରମଣଙ୍କ ଏହି ଘୋଷଣା ମାନ୍ଦାବସ୍ଥାର ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କୁହାଯାଉଛି।

ସରକାରଙ୍କ ନିଷ୍ପତ୍ତି ଯୋଗୁଁ ସେନସେକ୍ସ ଶୁକ୍ରବାର ୧୯୨୧ ପଏଣ୍ଟ ବୃଦ୍ଧି ପାଇ ୩୮.୦୧୪ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫଟୀ ୫୬୯ ପଏଣ୍ଟ ବୃଦ୍ଧି ସହ ୧୧,୨୭୪ ପଏଣ୍ଟରେ ବନ୍ଦ ହୋଇଛି। ବମ୍ୱେ ଷ୍ଚକ ଏକ୍ସଚେଞ୍ଜ (ବିଏସଇ) ନିବେଶକମାନଙ୍କ ସମ୍ପତ୍ତି ୬ ଲକ୍ଷ ୮୨ ହଜାର କୋଟି ବୃଦ୍ଧି ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।