କର୍ମୀଙ୍କୁ ଚାପୁଡ଼ା ମାରିଲେ ବ୍ରହ୍ମପୁର ସାଂସଦ

ଭୁବନେଶ୍ଵର : ସର୍ବସମ୍ମୁଖରେ କର୍ମୀଙ୍କୁ ଚାପୁଡ଼ା ମାରିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ। ଏପରି ଘଟଣା ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଘଟିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହାର ଭିଡିଓ। ମଞ୍ଚ ଉପରେ ବିଜେଡିର କିଛି ନେତା ସହିତ ଉପସ୍ଥିତ ଅଛନ୍ତି ସାଂସଦ ଶ୍ରୀ ସାହୁ। ଜଣେ ପ୍ରଶଂସକଙ୍କୁ ସାଂସଦଙ୍କ ପାଖରେ ଥିବା ବ୍ୟକ୍ତି ବେକରେ ଏକ ଗାମୁଛା ପକାଇବାକୁ ଦେଉଛନ୍ତି। କିନ୍ତୁ ପ୍ରଶଂସକ ଜଣଙ୍କ ଗାମୁଛାକୁ ନିଜ ବେକରେ ନ ପକାଇ ସାଂସଦଙ୍କ ହାତକୁ ବଢାଇ ଦେଉଥିବା ବେଳେ ହଠାତ୍ ସାଂସଦ ମାରିଛନ୍ତି ଏକ ଶକ୍ତ ଚାପୁଡା।

ମତାମତ ଦିଅନ୍ତୁ ।