କଶ୍ମୀରଘାଟିରେ ପଶିଛନ୍ତି ୬୦ ବିଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢିଯାଇଛି। ଏହି ପ୍ରସଙ୍ଗକୁ ନେଇ ବିଶ୍ୱସମୁଦାୟର ସମର୍ଥନ ହାସଲ କରିବାକୁ ପାକିସ୍ତାନ ବିଫଳ ହୋଇଥିବାରୁ ଏବେ ଆତଙ୍କବାଦର ଆଶ୍ରୟ ନେଉଛି। ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ସଂସ୍ଥା, ଜମ୍ମୁ-କଶ୍ମୀର ପୋଲିସ ଓ ସେନା ରିପୋର୍ଟ ଦେଇଛନ୍ତି।

ଜମ୍ମୁ-କଶ୍ମୀର ପୋଲିସ ଡିଜିଙ୍କ ସୂଚନା ହେଲା କହିଛନ୍ତି ମାସକ ମଧ୍ୟରେ କଶ୍ମୀର ଘାଟିକୁ ପ୍ରାୟ ୬୦ ଜଣ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଏହି ଆତଙ୍କବାଦୀଙ୍କ ମଧ୍ୟରେ ରହିଛନ୍ତି ପାକିସ୍ତାନୀ ଓ ଆଫଗାନ ନାଗରିକ। ଏମାନେ ଘାଟିର ବିଭିନ୍ନ ସ୍ଥାନରେ ଗୁପ୍ତରେ ରହି ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି। ଆଉ ଆତଙ୍କବାଦୀ କାଣ୍ଡ ଘଟାଇବାକୁ କରୁଛନ୍ତି ଷଡଯନ୍ତ୍ର। ଅନ୍ୟ ଏକ ଖବର ହେଲା ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଲୋକଙ୍କ ଯୋଗଦାନ ସଂଖ୍ୟା କମିଛି। ଗତ ୪୫ ଦିନ ମଧ୍ୟରେ ମାତ୍ର ୨ ଜଣ କଶ୍ମୀରି ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।