କଶ୍ମୀର ଘାଟୀରେ ସୁରକ୍ଷା ବାହିନୀର ୨୮ ହଜାର ଯବାନ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଘାଟୀରେ ସୁରକ୍ଷା ବାହିନୀର ୨୮ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଉଛି। ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଅଚାନକଏହି ପଦକ୍ଷେପ ନିଆଯାଇଥିଲେ ହେଁ ଏହାର କାରଣ ସ୍ପଷ୍ଟ କରାଯାଇ ନାହିଁ ।  

ତେବେ ଜଣେ ସେନା ଅଧିକାରୀ କହିବ ଅନୁଯାୟୀ ସହରର ପ୍ରବେଶ ଓ ପ୍ରସ୍ତାନ ରାସ୍ତା ଗୁଡ଼ିକର ଦାୟିତ୍ୱ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳକୁ ଦାୟିତ୍ୱ ଦିଆଯିବ। ସ୍ଥାନୀୟ ପୁଲିସ ମଧ୍ୟ ମୁତୟନ ରହିବେ। ତାଙ୍କ ସୂଚନା ହେଲା କିଛି ଧାର୍ମିକ ସ୍ଥଳରୁ ସୁରକ୍ଷା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଗୁଇନ୍ଦା ଖବର ଅନୁସାରେ ଏସବୁ ସ୍ଥାନରେ ମୁତୟନ ପୋଲିସକର୍ମୀଙ୍କୁ ବିଦେଶୀ ଆତଙ୍କବାଦୀ ଟାର୍ଗେଟ କରୁଛନ୍ତି।

ମତାମତ ଦିଅନ୍ତୁ ।