Breaking Newsରାଜ୍ୟ
କାଠଯୋଡ଼ିକୁ ଡେଇଁଥିଲେ ୨ ଯୁବତୀ

କଟକ: କଟକ ତ୍ରିଶୁଳିଆ ବ୍ରିଜ୍ରୁ କାଠଯୋଡ଼ିକୁ ଡେଇଁ ପଡ଼ିଥିବା ୨ ଯୁବତୀଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଦୁଇଜଣ ଯୁବତୀ ତ୍ରିଶୁଳିଆ ବ୍ରିଜ ଉପରେ ସ୍କୁଟି ରଖି ହଠାତ୍ ନଦୀକୁ ଡେଇଁ ପଡିଥିଲେ । କିଛି ପ୍ରତ୍ୟକ୍ଷଦର୍ଶୀ ଏହା ଦେଖିବା ପରେ ପୁଲିସ ଓ ଅଗ୍ନିଶମ ବିଭାଗକକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିବ ସହ ପ୍ରାୟ ଘଣ୍ଟାଏ ଧରି ଅପରେସନ୍ ପରେ ୨ ଯୁବତୀଙ୍କୁ ଉଦ୍ଧାର କରିବାରେ ସଫଳ ହେବ ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ଉଭୟେ କେଉଁ କାରଣ ପାଇଁ ନଦୀକୁ ଡେଇଁ ପଡ଼ିଥିଲେ ତାହା ଜଣାପଡ଼ି ନାହିଁ।