କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର : କାଠଯୋଡ଼ି ପୋଲରୁ ଡେଇଁ ନିଖୋଜ ଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଗୋବିନ୍ଦପୁର ଥାନା ଦେବୀ ନଦୀର ରହମ୍ବା ନିକଟରୁ ମିଳିଥିବା ମୃତଦେହ ଦେବବ୍ରତଙ୍କର ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି  ସ୍ପଷ୍ଟ କରିଛନ୍ତି। ଗତ ୯ ତାରିଖରେ ନିଆଳି କରଞ୍ଜ ଗାଁର ଦେବବ୍ରତ ନିଜ ପତ୍ନୀ, ପୁଅ ସହ ବାଇକ୍‌ରେ ଯାଉଥିବା ବେଳେ ହଠାତ୍‌ ବାଇକ୍‌କୁ କାଠଯୋଡ଼ି ପୋଲ ଉପରେ ରଖି ଉଛୁଳା ନଈକୁ ଡେଇଁ ପଡ଼ିଥିଲେ।

ମତାମତ ଦିଅନ୍ତୁ ।