କାନପୁର ଏନ୍‌କାଉଂଟର୍‌: ଅଭିଯୁକ୍ତ ବିକାଶ ଦୁବେର ଘର ଭାଙ୍ଗିଦେଲେ

କାନପୁର: ଉତରପ୍ରଦେଶର କାନପୁର ଏନ୍‌କାଉଂଟରରେ ୮ଜଣ ପୋଲିସ୍ କର୍ମୀ ସହିଦ ହେବା ପରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଖୋଜିବାରେ ଲାଗିଛି ୟୁପି ପୋଲିସ । ତେବେ ପ୍ରଥମ ପଦକ୍ଷେପ ସ୍ୱରୁପ ବିକାଶ ଦୁବେର ଘରକୁ ତାହାରି ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ଏହା ସେହି ଜେସିବି ଯାହା ସାହାଯ୍ୟରେ ପୋଲିସ୍ ଟିମ୍‌କୁ ରୋକାଯାଇଥିଲା । ବିକାଶ ଦୁରେ ସମସ୍ତ ସମ୍ପତିକୁ ଜବତ କରିବାକୁ ପୋଲିସ ଓ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ତାର ସମସ୍ତ ବ୍ୟାଙ୍କ ଆକାଉଂଟସ୍‌କୁ ମଧ୍ୟ ସିଜ୍ କରାଯିବ । ଏହା ସହ ୨୦ଟି ଅଲଗା ଅଲଗା ସ୍ଥାନରେ ପୋଲିସ୍ ଟିମ୍ ପହଁଚି ତଲାସି କରାଯାଉଛି । ବିକାଶ ନେପାଳ ପଳାଇଯିବାର ସମ୍ଭାବନା ଥିବାରୁ ନେପାଳ ବର୍ଡରରେ ସିକ୍ୟୁରିଟିକୁ ବଢ଼ାଇଦିଆଯାଇଛି । ଏହି ଘଟଣାରେ ବର୍ତମାନ ପର୍ଯ୍ୟନ୍ତ ୧୨ଜଣଙ୍କୁ ଗିରଫ କରାଯାଇସାରିଲାଣି ।
ତେବେ ତାହାର କଲ୍ ରେକର୍ଡ ଯାଂଚ ସମୟରେ ଅନେକ ପୋଲିସ କର୍ମୀଙ୍କ ନମ୍ବର ମିଳିଛି । ଫଳରେ ପୋଲିସ କର୍ମୀଙ୍କ ଧୋକାଯୋଗୁଁ ୮ଜଣଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ୁଛି । ବିକାଶ ଦୁବେର ମାଁ ସାରଳା ଦେବୀ କହିଛନ୍ତି ଯଦି ସେ ନିଜେ ଆତ୍ମସମର୍ପଣ ନ କରେ ତେବେ ପୋଲିସ ତାଙ୍କୁ ଏନ୍‌କାଉଂଟରରେ ମାରିଦେବା ଉଚିତ ବୋଲି କହିଛନ୍ତି ।

ମତାମତ ଦିଅନ୍ତୁ ।