କାର୍ଗିଲ୍‌ରେ କର୍ଫ୍ୟୁ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲୋକଙ୍କ ମଧ୍ୟରେ ରହିଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ସାମ୍ନକୁ ଆସିଛି। ଲଦାଖର କାର୍ଗିଲରେ ବ୍ୟାପକ ହିଂସାକାଣ୍ଡ ଘଟିବାରୁ ପ୍ରଶାସନ ପକ୍ଷରୁ ଆଜି ଏଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଘୋଷଣା କରାଯାଇଛି। ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଲଦାଖର କାର୍ଗିଲ, ଡ୍ରାସ ଓ ସାନକୋଠାରେ ଲାଗୁ କରାଯାଇଛି ୧୪୪ ଧାରା। ଗୁରୁବାର ସନ୍ଧ୍ୟା ୫ଟାରୁ ପରବର୍ତ୍ତୀ ନୋଟିସ୍‌ ଯାଏ ଏଭଳି ନିୟମ କାର୍ଯ୍ୟକାରୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ମୋବାଇଲ, ଇଣ୍ଟରନେଟ୍‌ ସେବା ଓ ଲ୍ୟାଣ୍ଡଫୋନ୍‌କୁ ବନ୍ଦ କରି ଦିଆଯାଇଛି।

ମତାମତ ଦିଅନ୍ତୁ ।