କାର୍ଯ୍ୟରେ ଯୋଗ ଦିଅ ନଚେତ୍ ନିଲମ୍ବନ, ଓଡ଼ିଶା ଓକିଲଙ୍କୁ ଚରମ ବାଣୀ ଶୁଣାଇଲା ଭାରତୀୟ ବାର ଆସୋସିଏସନ

ନୂଆଦିଲ୍ଲୀ : ଖାଲି ପଡ଼ିଥିବା ଜଜ ପଦରେ ନିଯୁକ୍ତି ଦାବିକରି ଆନ୍ଦୋଳନ ଚଳାଇଥିବା ଓଡ଼ିଶା ଆଇଞ୍ଜିବୀଙ୍କୁ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟକୁ ତାଗିଦ୍ କରିଥିଲେ। ଏବେ ଭାରତୀୟ ବାର କାଉନସିଲ ଚରମବାଣୀ ଶୁଣାଇଛି। ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ସହଯୋଗ କର ନଚେତ ନିଲମ୍ବନ କରାଯିବ ବୋଲି କହିଛି।

ଭାରତୀୟ ବାର ଆସୋସିଏନ ହାଇକୋର୍ଟ ଓ ତଳ କୋର୍ଟ ଅଚଳ ପ୍ରସଙ୍ଗରେ ଓଡ଼ିଶାର ହାଇକୋର୍ଟ ବାର ସହ ମୋଟ୍ ୬୮ଟି ଓକିଲ ସଂଘକୁ ଚିଠି ଲେଖିଛି। ଏଥିରେ ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ରହିଛି। ଆଦେଶ ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିବା ବେଳେ କାର୍ଯ୍ୟରେ ଯୋଗଦେଇ ନଭେମ୍ବର ୩ରେ ସୂଚିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଆଦେଶ ଅମାନ୍ୟ କାକଲେ ନିଲମ୍ବନ ସହିତ ବାର ନିର୍ବାଚନରୁ ଅଯୋଗ୍ୟ ଘୋଷଣା କରାଯିବ। ତେଣୁ କାର୍ଯ୍ୟରେ ଯୋଗଦେଇ ନଭେମ୍ବର ୩ରେ ସୂଚିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ କହିଛନ୍ତି ନଭେମ୍ବର ୧ ତାରିଖ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବ।

ମତାମତ ଦିଅନ୍ତୁ ।