କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଚାକିରି ଛାଡ଼ିଲେ ଜାଲ ଶିକ୍ଷକ

ଭୁବନେଶ୍ଵର : ଗଂଜାମ ଜିଲ୍ଲାର ଧରାକୋଟ ବ୍ଲକର ୪ ଜଣ ଶିକ୍ଷକ ଜାଲ ପ୍ରମାଣ ପତ୍ର ଦେଇ ଧରା ପଡ଼ିଥିବା ବେଳେ ପୁଣି ୩ ଜଣ ଶିକ୍ଷକ ଏଭଳି ଜାଲିଆତି କରିଥିବା ଜଣାପଡ଼ିଛି। ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ୨ ଜଣ ଶିକ୍ଷକ ଚାକିରିରୁ ଇସ୍ତଫା ଦେଇଛନ୍ତି।

ଥୁରାଥୁରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିନୋଦ ଦଶମ ଶ୍ରେଣୀ ପରୀକ୍ଷାରେ କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ପାଟଣା କବିସୂର୍ଯ୍ୟ ଉଚ୍ଚ ବିଦ୍ୟାଳୟରୁ ୫୨୯ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରମାଣପତ୍ର ଦାଖଲ କରିଥିଲେ। କିନ୍ତୁ ତଦନ୍ତ ବେଳେ ଜଣାପଡ଼ିଥିଲା ସେ ୩୮୦ ନମ୍ବର ରଖି ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି। ସେହିପରି ଘୋଡ଼ାମ୍ବ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ସନ୍ତୋଷ କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ପାଣଣା କବିସୂର୍ଯ୍ୟ ଉଚ୍ଚ ବିଦ୍ୟାଳୟରୁ ୫୨୯ ମାର୍କ ରଖି ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବା ନେଇ ପ୍ରମାଣପତ୍ର ଦାଖଲ କରିଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ୨୫୨ ନମ୍ବର ରଖି ସେ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।

ଚାଞ୍ଚରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଳରାମ ବିଷୋୟୀ କବିସୂର୍ଯ୍ୟନଗର ଏସ୍‌.ଏମ୍‌ ଉଚ୍ଚବିଦ୍ୟାଳୟରୁ ୫୪୪ ମାର୍କ ରଖି ଦଶମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରମାଣପତ୍ରରେ ଦର୍ଶାଇଥିଲେ। ଯାଞ୍ଚ ବେଳେ ୩୫୫ ନମ୍ବର ରଖିଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।