କାର୍‌କୁ ଗୁଳି ମାଡ଼କରି ସୁନା ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ଵର : ଚୌଦ୍ୱାର ଥାନା ନୂଆପାଟଣା ଛକରେ ଦୁର୍ବୃତ୍ତମାନେ କାର୍‌ ଉପରକୁ ଗୁଳି ମାଡ଼କରି ଜଣେ ମହିଳାଙ୍କଠାରୁ ସୁନା ଗହଣା ଓ ଟଙ୍କା ଲୁଟି ଦେଇଛନ୍ତି। କାର୍‌ ଡ୍ରାଇଭର ଲାଲମୋହନ ସିଂହ ଓ ମହିଳା ଆହତ ହୋଇଛନ୍ତି। ସେ ଢେଙ୍କାନାଳ ଡିଏଫ୍ଓଙ୍କ ଡ୍ରାଇଭର ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ କାର୍‌ଟି ପୁରୀରୁ ଢେଙ୍କାନାଳ ଧୁସୂଦନ ସେତୁ ଦେଇ ଯାଉଥିବା ବେଳେ ନୂଆପାଟଣା ଛକ ନିକଟରେ ଗୋଟିଏ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ଗଡିକୁ ଅଟକାଇଥିଲେ। ଜଣେ ଡ୍ରାଇଭର କାନ ପାଖରେ ଗୁଳି ଫୁଟାଇଥିଲା। ଅନ୍ୟ ଜଣଙ୍କ ଗାଡିରେ ବସିଥିବା ମହିଳାଙ୍କୁ ଆକ୍ରମଣ କରି ସୁନା ଗହଣା ଓ ପର୍ସ ଲୁଟି ନେଇଥିଲା। ଖବର ପାଇ ଗୁରୁଡିଝାଟିଆ ପୋଲିସ ସେମାନଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡ଼ିକାଲକୁ ପଠାଇଥିଲା।

ମତାମତ ଦିଅନ୍ତୁ ।