କାର ବୋମା ବିସ୍ଫୋରଣରେ ୨୩ ମୃତ

କାବୁଲ: ଆଫଗାନିସ୍ଥାନର ହେଲମନ୍ଦ ଅଞ୍ଚଳରେ ସୋମବାର ଦିନ ଏକ ବଡଧରଣର କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ତାଲିବାନ ପକ୍ଷରୁ ଦାବି କରାଯାଇଛି ଯେ ସୈନିକମାନେ ବଜାରରେ ମୋର୍ଟାର ମାଡ କରିଛନ୍ତି। ତେବେ ସେନାର କହିବାନୁସାରେ ବିଦ୍ରୋହୀମାନେ ନାଗରିକଙ୍କୁ ଟାର୍ଗେଟ କରି ମୋର୍ଟାର ମାଡ କରିବା ସହ କାର ବୋମା ବିସ୍ଫୋରଣ କରିଛନ୍ତି।

ସୂଚନାଯୋଗ୍ୟ ଆଫଗାନିସ୍ଥାନ ସରକାର ତାଲିବାନ ବିରୋଧରେ ସେନା ଅଭିଯାନକୁ ଜୋରଦାର କରାଯାଇଛି। ଏଥିରେ ୨୪ ଘଣ୍ଟାରେ ସାରା ଦେଶରେ ୧୦ ଜଣ ନାଗରିକଙ୍କ ସହିତ ୭୦ରୁ ଅଧିକ ଲୋକଙ୍କୁ ମାରି ଦିଆଯାଇଛି। ତାଲିବାନ ଓ ଅଫଗାନ ସରକାର ଏହି ତାଜା ସଂଘର୍ଷରୁ ଆମେରିକା ଓ ତାଲିବାନ ଭିତରେ ହୋଇଥିବା ଶାନ୍ତି ଚୁକ୍ତିକୁ ଶକ୍ତ ଧକ୍କା ଲାଗିଛି। ତେବେ ଏପର୍ଯ୍ୟନ୍ତ ଏହା ଉପରେ ଆମେରିକାର କୌଣସି ପ୍ରତିକ୍ରିୟା ଆସିନାହିଁ। ସବୁଠାରୁ ଖାସ୍ କଥା ଏହା ଯେ, ଏହି ସେନା ଅଭିଯାନରେ ବହୁ ପରିମାଣରେ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ, କିନ୍ତୁ ତାଲିବାନର ହାତରେ ନିରୀହ ଲୋକ ଶିକାର ହୋଇଛନ୍ତି। ମୃତକଙ୍କ ଭିତରେ ମହିଳା ଓ ଶିଶୁ ରହିଛନ୍ତି।

ମତାମତ ଦିଅନ୍ତୁ ।