କାଲିଠାରୁ ପଲିଥିନ ବ୍ୟବହାର କଲେ ହୋଇପାରନ୍ତି ଗିରଫ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ପଲିଥିନ ଉପରେ ବ୍ୟାନ୍ ଲଗାଇବା ପାଇଁ ସରକାର ୧ ସେପ୍ଟେମ୍ବରରୁ କଡା ପଦକ୍ଷେପ ଉଠାଇବାକୁ ଯାଉଛନ୍ତି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପଲିଥିନର ବ୍ୟବହାର କଲେ ଏବେ ହେବାକୁ ପଡିବ ଗିରଫ। ଏହାର ଉଲଂଘନ କରିବା ନେଇ ପୋଲିସ ଧାରା ୧୫୧ ଅନୁସାରେ ଶାନ୍ତିଭଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିପାରିବ। ଏଭଳି ଚେତାବନୀ ଲକ୍ଷ୍ନୌର ଡିଏମ୍ କୌଶଳ ରାଜ ଶର୍ମା ଓ ଏମଏସପି କଲ୍ୟାଣନିଧି ମୈଥାନି ଏକ ମିଳିତ ବୟାନରେ ଏହା କହିଛନ୍ତି। ଏହାର ଶୁଭାରମ୍ଭ ଲକ୍ଷ୍ନୌରୁ ଆରମ୍ଭ ହେବ।

ଉଲ୍ଲେଖନୀୟ ଯେ, ଲକ୍ଷ୍ନୌ ପୋଲିସ ଓ ପ୍ରଶାସନ ଗତ କିଛି ମାସ ହେବ ସହରରେ ପଲିଥିନର ବ୍ୟବହାର ରୋକିବା ପାଇଁ ଅଭିଯାନ ଆରମ୍ଭ କରିଛି। ଯେଉଁ କାରଣରୁ ଜିଲ୍ଲାର ଅନେକ ଗୁଡିଏ ପଲିଥିନ ନିର୍ମାତା ଓ ଏହାର ବ୍ୟବହାର କରୁଥିବା ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହାପରେ ମଧ୍ୟ ସହରରେ ଏବେ ମଧ୍ୟ ପଲିଥିନ ଓ ପ୍ଳାଷ୍ଟିକରେ ତିଆରି ବିପଦଜନକ ଉତ୍ପାଦ ଉପରେ ଏହାର ବ୍ୟବହାର ଧୂଆଁଧାର ଭାବରେ ବ୍ୟବହାର କରାଯାଉଛି। ଏହାପରେ ସମ୍ପୂର୍ଣ୍ଣ ଭାବରେ ଲଗାମ ଲଗାଇବା କାରଣରୁ ଏହି ପଦକ୍ଷେପ ନିଆଯାଉଛି।

ମତାମତ ଦିଅନ୍ତୁ ।