କାଲିଠାରୁ ମହଙ୍ଗା ହେବ ଅନଲାଇନ ରେଳ ଟିକେଟ ବୁକିଂ

ନୂଆଦିଲ୍ଲୀ : ବର୍ତ୍ତମାନ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପକେଟ ଉପରେ ଆର୍ଥିକ ବୋଝ ପଡିବାକୁ ଯାଉଛି । କାଲିଠାରୁ ଅର୍ଥାତ୍ (ସେପ୍ଟେମ୍ୱର ୧) ତାରିଖରୁ ଅନଲାଇନ ଟ୍ରେନ ଟିକେଟ ବୁକ କରିବା ପାଇଁ ପୁଣି ଥରେ ସର୍ଭିସ ଚାର୍ଜ ଦେବାକୁ ପଡିବ ।

ଆଇଆରସିଟିସି ଦ୍ୱାରା ଅଗଷ୍ଟ ୩୦ ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ନନ-ଏସି ପାଇଁ ୧୫ ଟଙ୍କା ପ୍ରତି ଟିକେଟ ଏବଂ ଏସି କ୍ଲାସ ପାଇଁ ୩୦ ଟଙ୍କା ପ୍ରତି ଟିକେଟ ସେବା ଶୁଳ୍କ ଗ୍ରହଣ କରାଯିବ । ଏଠାରେ ଆପଣଙ୍କୁ କହିରଖୁଛୁ ଜିଏସଟି ଏହାଠାରୁ ଅଲଗା ଲାଗୁ କରାଯିବ । ନରେନ୍ଦ୍ର ମୋଦୀ ନେତୃତ୍ୱଧୀନ ଏନଡିଏ ସରକାର ଡିଜିଟାଲ ଇଣ୍ଡିଆ ପରିଯୋଜନା ମାଧ୍ୟମରେ ଡିଡିଟାଲ ପେମେଣ୍ଟକୁ ପ୍ରତ୍ସାହିତ କରିବା ପାଇଁ ତିନି ବର୍ଷ ପୂର୍ବେ ସେବା ଶୁଳ୍କକୁ ଉଠାଇ ନେଇଥିଲେ । ଏହା ପୂର୍ବରୁ ଆଇଆରସିଟିସି ନନ-ଏସିର ଇ-ଟିକେଟ ଉପରେ ୨୦ ଟଙ୍କା ଏବଂ ଏସି କ୍ଲାସ ପାଇଁ ୪୦ ଟଙ୍କା ସର୍ଭିସ ଚାର୍ଜ କରୁଥିଲା । ଏହି ମାସ ଆରମ୍ଭରେ, ରେଲୱେ ବୋର୍ଡ ଆଇଆରସିଟିସିକୁ ଅନଲାଇନ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ଉପରେ ସର୍ଭିସ ଚାର୍ଜ ପୁଣି ଥରେ ଲାଗୁ କରିବାକୁ ମଞ୍ଜୁରୀ ଦେଇଥିଲେ ।

ମତାମତ ଦିଅନ୍ତୁ ।