କିସ୍‍ ପରିଦର୍ଶନରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ


ଭୁବନେଶ୍ୱର : ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସମସ୍ତ ଖୋଳାଳି, କୋଚ୍‍ ଓ ଅଫିସିଆଲ୍‍ମାନେ ଶୁକବାର କିସ ଓ କଟି ପରିଦର୍ଶନ କରିଛନ୍ତି। ସେମାନେ କିସ୍‍ର ବିଭିନ୍ନ ୟୁନିଟ୍‍ ବୁଲିବା ସହ ଉପସ୍ଥିତ ୨୭ହଜାର ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। କସି ପରିଦର୍ଶନ କରି ସେମାନେ ଅଭିଭୂତ ହେବା ସହ ଏହା ଏକ ଆଶ୍ଚର୍ଯ୍ୟ ବୋଲି ମତ ଦେଇଥିଲେ। କସି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ୟମରେ ଏଭଳି ଏକ ଅନୁଷ୍ଠାନ ପ୍ରତିଷ୍ଠା ହୋଇପାରିଥିବାରୁ ସେମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଖେଳାଳିମାନେ କହିଲେ, ଆମେ ଯେତେ ପ୍ରକାର ଧର୍ମ ବଷିୟରେ ଜାଣିଛୁ ସବଠୁ।ରୁ ଊର୍ଦ୍ଧ୍ବରେ ରହିଛି ସେବା ନାମକ ଧର୍ମ। ଅଚ୍ୟୁତ ସାମନ୍ତ ତାହାକୁ କସି ଜରିଆରେ କରି ଆସୁଛନ୍ତିବୋଲି ଆମେ ଏଠାରେ ଅନଭୁବ କଲୁ। ଶକ୍ତିର ମହାସମୁଦ୍ର ହେଉଛି କିସ୍‍। ଦଳର ମୁଖ୍ୟ କୋଚଙ୍କ୍‍ ଯୋଜନା ଅନୁସାରେ ଉଭୟ ପୁରୁଷ ଓ ମହିଳା ହକି ଦଳ କିସ୍‍ ପରିଦର୍ଶନ କରିବାର ସୌଭାଗ୍ୟ ପାଇ ପାରିଲା ବୋଲି ସେମାନେ ମତ ଦେଇଥିଲେ। ଏହି ଦଳରେ ଓଡିଆଖେଳାଳି ଅମିତ ରୋହିତ ଦାସ ଏକ୍‍କା, ଦୀପଗ୍ରେସ ଏକକ୍‍।, ଲିଳିମା ମିଞ୍ଜ ଓ ନମିତା ଟପ୍ପୋ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ।

ମତାମତ ଦିଅନ୍ତୁ ।